Call Us
Call Us
+91 - 9437001136
Mail Us
Mail us
sewaksundargarh@sewakodisha.org

ଜଙ୍ଗଲ କୃଷିରେ ଅନ୍ତଃ ଚାଷ ଦ୍ଵାରା ମଧ୍ୟ ଆର୍ଥିକ ଉନ୍ନତି ସମ୍ଭବ

ଜଙ୍ଗଲ କୃଷିରେ ଅନ୍ତଃ ଚାଷ ଦ୍ଵାରା ମଧ୍ୟ ଆର୍ଥିକ ଉନ୍ନତି ସମ୍ଭବ

ସୁନ୍ଦରଗଡ଼ ଜିଲ୍ଲାର ୧୭ ଗୋଟି ବ୍ଲକ ମଧ୍ୟରୁ ହେମଗିର ବ୍ଲକ ହେଉଛି ଅନ୍ଯତମ। ସୁନ୍ଦରଗଡ଼ ଠାରୁ ୬୦ କି.ମି. ଦୂରରେ ଅବସ୍ଥିତ ଏହି ଗ୍ରାମଟି ସବୁଜ ସୁନ୍ଦର ଜଙ୍ଗଲ ପରିବେଷ୍ଠିତ କିନ୍ତୁ କୋଇଲା ଖଣି ହେବା ଦ୍ଵାରା ସବୁଜ ସୁନ୍ଦର ପରିବେଶ ଉଜୁଡିବାରେ ଲାଗିଛି । ହଜାର ହଜାର ଗଛ କାଟି ଦିଆ ଯାଉଛି। ଖଣି ଖଦାନ ତିଆରି ହେଉଛି। ଆଧୁନିକ ଯୁଗର ବିକାଶର ପ୍ରମୁଖ ମାଧ୍ୟମ ସାଜି ଥିବା କୋଇଲା ଯାହାକୁ କଳାହିରା ବୋଲି କୁହାଯାଏ । ଏହି କଳାହିରାର ଗନ୍ତାଘର ହେଉଛି ହେମଗିର । ଏହାର ମାଟି ତଳେ ଲୁଚି ରହିଛି କଳାହିରାର ବିରାଟ ଭଣ୍ଡାର ଏବଂ ପ୍ରାଚୁର୍ଜୟ। ମାତ୍ର ବିଡମ୍ବନାର ବିଷୟ ଆଧୁନିକ ଯୁଗର ବିକାଶ କଳାହିରା ଯୋଗାଉଥିବା ହେମଗିର କିନ୍ତୁ ବାସ୍ତବରେ ବିକାଶ ଠାରୁ ଖୁବ ଦୂରରେ ।

ହେମଗିର ଜଙ୍ଗଲ ସୀମାକୁ ଲାଗି ଛତିଶଗଡର ସୀମା ରହିଅଛି । ଆଦିବାସୀ ଅଧ୍ୟୁଷିତ ଅଂଚଳ ହେଉଛି ହେମଗିର । ଜଙ୍ଗଲ ମଧ୍ୟରେ ବସବାସ କରି ପ୍ରକୃତି କୋଳରେ ପ୍ରକୃତି ଦତ୍ତ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ଅତି ଆନନ୍ଦରେ ରହି ଆସୁଛନ୍ତି। ସେମାନଙ୍କର ଚାଲି ଚଳଣି ଅତି ସରଳ । ବାର ମାସ ରେ ତେର ପର୍ବ ପାଳନ କରାଯାଏ। ଯେପରି ପୌଷ ପୁର୍ଣିମା, ନୂଆଁଖାଇ, ଦୋଳ, ହୋଲି, ରଥଯାତ୍ରା, ବାହୁଡା ଯାତ୍ରା, ଦଶହରା, ମାଣ ବସା ଗୁରୁବାର, କରମା,  ଇତ୍ୟାଦି ପାଳନ କରାଯାଏ। ‘ମା ମାଣିକେଶ୍ବରୀ’  ହେଉଛନ୍ତି ହେମଗିର ର ଅଧିଷ୍ଠାତ୍ରୀ ଦେବୀ ।

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯାୟ –୨ ତରଫରୁ ସୁନ୍ଦରଗଡ଼ ବନଖଣ୍ଡ ଅଧୀନରେ ଥିବା ଖଣ୍ଡୀୟ ପରିଚାଳନା ଏକକ ଅଧିନସ୍ଥ ହେମଗିର ବନାଞ୍ଚଳ ର କ୍ଷେତ୍ର ପରିଚାଳନା  ଏକକ ତରଫରୁ ୩୧ ଗୋଟି ବନସୁରକ୍ଷା ସମିତି ରେ ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର ସହ ଲୋକମାନଙ୍କର ଜୀବନ ଜୀବିକାର ଉନ୍ନତି ସକାଶେ ଭିଭିନ୍ନ କାର୍ଯକ୍ରମ ହାତକୁ ନିଆଯାଇଛି। ଏହି ୩୧ ଗୋଟି ବନସୁରକ୍ଷା ସମିତି ମଧ୍ୟରୁ ଖୁଣ୍ଟିପାଣି ବନସୁରକ୍ଷା ସମିତି ଗୋଟିଏ । ଏହି ବନସୁରକ୍ଷା ସମିତିରେ ୩୯ ପରିବାର ଅଛନ୍ତି । ୪ ପରିବାର କ୍ଷୁଦ୍ର ଚାଷୀ ବାକି ୩୦ ପରିବାର ନାମମାତ୍ର ଚାଷୀ ଅଛନ୍ତି ଆଉ ୫ ପରିବାର ଭୂମିହିନ ଅଟନ୍ତି । ଯୋଗୀନ୍ଦ୍ର ପଧାନ ଏହି କ୍ଷୁଦ୍ର ଚାଷୀ ମାନଙ୍କର ଭିତରୁ ଜଣେ ଚାଷୀ ।

ଖୁଣ୍ଟିପାଣି ଗ୍ରାମ ରେ ବସବାସ କରୁଥିବା ଲୋକମାନେ (ରେଙ୍ଗାଳୀ )ଅତାବିରା ବୁଡି ଅଞ୍ଚଳ ରୁ ଆସି ଏହି ସ୍ଥାନ ରେ ବସତି ସ୍ଥାପନ କରିଥିଲେ । ଗାଁ ର ନାଁ ର ମଧ୍ୟ ଏକ ସୁନ୍ଦର ଅର୍ଥ ଅଛି । ଗାଁ ଠାରୁ ୧ କି.ମି. ଦୂରରେ ଗୋଟିଏ ସ୍ଥାନ ଅଛି । ଯେଉଁ ଠାରେ କି ଖୁଣ୍ଟେ ଅର୍ଥାତ ୬ଇଞ୍ଚ ପାଣି ପ୍ରାୟ ବର୍ଷ ସାରା ପାଣି ରୁହେ । ସେହି ପାଣି ପାଖରେ ବସତି ଆରମ୍ଭ କରି ଥିବାରୁ ଗାଁ ର ନା ଦିଆ ଯାଇଥିଲା  ‘’ଖୁଣ୍ଟିପାଣି ‘’  । ଗ୍ରାମ ର ଚାରି ପାଖରେ ଘଞ୍ଚ ଜଙ୍ଗଲ ଥିଲା । ଗାଁ କୁ ଯିବା ପାଇଁ ରାସ୍ତା ନଥିଲା । ବାଘ ,ହାତୀର ଭୟ ସବୁ ବେଳେ ଲାଗି ରହୁଥିଲା । ଏବେ ମଧ୍ୟ ହାତୀ ପାଖ ଜଙ୍ଗଲରେ ରହନ୍ତି ।

୨୦୧୮ ମସିହାରେ ଓଡିଶା ବନାଞ୍ଚଳ  ଉନ୍ନୟନ ପ୍ରକଳ୍ପ ପର୍ଯାୟ –୨ ଆରମ୍ଭ କରାଗଲା । ଗାଁ ର ଜଙ୍ଗଲର ଉନ୍ନତି ପାଇଁ ଗାଁରେ ଯୋଜନା ପ୍ରସ୍ତୁତି କରାଗଲା । ଯୋଗୀନ୍ଦ୍ର ବନସୁରକ୍ଷା ସମିତି ବୈଠକ ରେ ସେ ଉପସ୍ଥିତ ରହି ଆଲୋଚନା ରେ ଭାଗ ନିଅନ୍ତି ଓ ନିଜର ମତାମତ ଦିଅନ୍ତି । ଉଜୁଡା ଜଙ୍ଗଲ ର ପୁନଃ ଉଧାର ଓ ଜୀବନ ଜୀବିକା ପାଇଁ କିଛି ଯୋଜନା ହେଲା । କୃଷିଭିତ୍ତିକ ବନୀକରଣ ବା ଜଙ୍ଗଲ କୃଷି କରିବା ଉପରେ ଲୋକଙ୍କୁ ବୁଝାଗଲା । ଆଗ୍ରହୀ ଚାଷୀ ମାନଙ୍କୁ ଦରଖାସ୍ତ ଫର୍ମ ରେ ଆବେଦନ କରିବା ପାଇଁ କୁହାଗଲା । ଗାଁ ରେ ଥିବା  ସାଧାରଣ ବର୍ଗ ପରିବାରରୁ ୬ଜଣ ଚାଷୀ ଜଙ୍ଗଲ କୃଷି କରିବା ପାଇଁ ବନ ସୁରକ୍ଷା ସମିତି କୁ ଆବେଦନ କରିଥିଲେ । ସେଥିମଧ୍ୟରୁ ଯୋଗୀନ୍ଦ୍ର ଜଣେ । ତାଙ୍କର ମୁଖ୍ୟ ଜୀବିକା ହେଉଛିତା  ଶିକ୍ଷକତା । ତା ଛଡା ସେ ଜଣେ ପ୍ରକୃତି ପ୍ରେମୀ ଅଟନ୍ତି । ନିଜ ବାଡି ବଗିଚାରେ ବୃକ୍ଷ ରୋପଣ କରିବା ସହିତ ତାର ଯତ୍ନ ନେବା ତାଙ୍କର ସଉକ ଅଟେ ।

ସେ ତାଙ୍କର ୧ ଏକର ପଡିଆ ଜମିରେ ଅଧା ଏକର ଜମି ରେ ସାଗୁଆନ ଗଛ ୨୦୦ ଓ ଅଧା ଏକର ଜମିରେ ଆମ୍ବ ୮୦ ଗଛ ଲଗାଇଛନ୍ତି।

ଗତ ୨୦୨୧ ମସିହାରେ ସେ ଆମ୍ବ ଲଗାଇ ଥିବା ଜମିରେ ଅନ୍ତଃ ଚାଷ ପଦ୍ଧତିରେ ସାରୁ,ଚିନାବାଦାମ ଓ ଝୁଡଙ୍ଗ ଚାଷ କରି ୮୧୫୦ ଟଙ୍କା ଲାଭ ପାଇଛନ୍ତି।

ଯୋଗୀନ୍ଦ୍ର କହନ୍ତି ଓଡିଶା ବନାଞ୍ଚଳ ଉନ୍ନୟନ  ପ୍ରକଳ୍ପ ପର୍ଯାୟ -୨ ସହକାରୀ  ସଂସ୍ଥା ସେବକ ର କର୍ମ କର୍ତ୍ତା ଓ ପ୍ରକଳ୍ପ ସଂଯୋଜକ ମାନେ ସବୁ ସମୟରେ ସହଯୋଗ କରନ୍ତି। ସେମାନଙ୍କ ପରାମର୍ଶ କ୍ରମେ ଗ୍ରାମ୍ୟବନ ସହାୟିକା ତାଙ୍କୁ ଯାଇ କହି ଥାନ୍ତି ।

ତାଙ୍କର ଆମ୍ବ ଓ ସାଗୁଆନ ଗଛ ସବୁ ବଞ୍ଚିଛି ଓ ଅନ୍ତଃ ଚାଷ ଦ୍ଵାରା ପରିବାରର ଆର୍ଥିକ ଉନ୍ନତି ରେ ସହାୟକ ହୋଇ ପାରୁଛି। ଝୁଡଙ୍ଗ ଡାଲି ଖାଇବାକୁ ମିଳୁଛି। ବଜାର ଉପରେ ବେଶି ନିର୍ଭର କରିବାକୁ ପଡୁ ନାହିଁ । ତେଣୁ କରି ତାଙ୍କର ପରିବାର ବହୁତ ଖୁସି ଅଛନ୍ତି । ଆଗକୁ ଆହୁରି ବିଭିନ୍ନ ଫସଲ ଚାଷ କରିବେ ବୋଲି ଯୋଜନା ରଖିଛନ୍ତି ।

ଆୟ ଓ ବ୍ୟୟର ହିସାବ

ଦ୍ରବ୍ଯ ର ନାମ ଅମଳର ପରିମାଣ ବିକ୍ରୟ ମୂଲ୍ୟ /କେଜି ପ୍ରତି ମୋଟ ଟଙ୍କା
ସାରୁ ୧୫୦ କେ.ଜି. ୨୦ ଟଙ୍କା ୩୦୦୦ ଟଙ୍କା
ଚିନାବାଦାମ ୫୦ କେ.ଜି. ୩୦ ଟଙ୍କା ୧୫୦୦ ଟଙ୍କା
ଝୁଡଙ୍ଗ ୧୦୦ କେ.ଜି. ୫୦ ଟଙ୍କା ୫୦୦୦ ଟଙ୍କା
ମୋଟ ଆୟ ୯୫୦୦ ଟଙ୍କା
ଦ୍ରବ୍ଯ ର ନାମ ପରିମାଣ ମୂଲ୍ୟ
ହଳ ୧ ଦିନ ୫୦୦
ଗୋବର ଖତ ୨୦ ଭାର ୨୦୦
ସାର ୨ କେଜି ୫୦
ଲେବର ୪ ଦିନ ୬୦୦
ମୋଟ ଖର୍ଚ୍ଚ ୧୩୫୦

ମୋଟ ଲାଭ :- ୯୫୦୦-୧୩୫୦ = ୮୧୫୦ ଟଙ୍କା